ଆଜିର ସ୍ୱାଧୀନ ଭାରତରେ କାଗଜପତ୍ର ଏବଂ ସମ୍ବିଧାନ ଅନୁଯାୟୀ ନାଗରିକମାନେ ସ୍ୱାଧୀନ ହେଲେ ମଧ୍ୟ, ବାସ୍ତବରେ ଅନେକ ନାଗରିକ ଆଜି ମଧ୍ୟ ମାନସିକ, ସାମାଜିକ ଏବଂ ଆର୍ଥିକ ପରାଧୀନତାର ଶିକାର ହୋଇ ରହିଛନ୍ତି । ଗଣତନ୍ତ୍ରରେ ଭୋଟ୍ ଦେବାର ଅଧିକାର ମିଳିଥିଲେ ହେଁ, ଦାରିଦ୍ର୍ୟ, ଅଶିକ୍ଷା, ଭ୍ରଷ୍ଟାଚାର ଓ ଅସମାନତା ଲୋକଙ୍କୁ ଭିତରୁ ପରାଧୀନ କରି ରଖିଛି ।
ସମସ୍ୟାର କାରଣ ହୋଇପାରେ , ଦାରିଦ୍ର୍ୟ ଓ ଭୋକ : ପେଟର ଭୋକ ଆଗରେ ନାଗରିକର ସ୍ୱାଧୀନ ଚିନ୍ତା ଓ ଅଧିକାର ମଉଳି ଯାଏ । ଅଶିକ୍ଷିତ : ଶିକ୍ଷାର ଅଭାବ ଯୋଗୁଁ ଲୋକେ ନିଜର ମୌଳିକ ଅଧିକାର ଓ କର୍ତ୍ତବ୍ୟ ଜାଣିପାରନ୍ତି ନାହିଁ । ଦେଶ ସ୍ୱାଧୀନ ହୋଇଥିଲେ ମଧ୍ୟ ଗରିବୀ, ଅସମାନତା, ଭୟ ଏବଂ ମୌଳିକ ଅଧିକାରର ଅଭାବ ନାଗରିକଙ୍କୁ ଭିତରେ ଭିତରେ ପରାଧୀନ କରି ରଖିଛି । ସ୍ୱାଧୀନ ଭାରତରେ ପରାଧୀନତାର ରୂପ, ଆର୍ଥିକ ଅସମାନତା : ଧନୀ ଓ ଗରିବ ଭିତରେ ବଡ଼ ବ୍ୟବଧାନ ଯୋଗୁଁ ସାଧାରଣ ଲୋକ କେବଳ ଦୁଇ ଅକ୍ଷର ପାଠ ଓ ମୁଠାଏ ଦାନା ପାଇଁ ସଂଘର୍ଷ କରୁଛନ୍ତି। ଚିନ୍ତା ଓ ଅଭିବ୍ୟକ୍ତିର ଭୟ : ସରକାର କିମ୍ବା କ୍ଷମତାଶାଳୀଙ୍କ ବିରୁଦ୍ଧରେ ସତ କହିଲେ ଆଜି ବି ନାଗରିକମାନେ ଦମନର ଶିକାର ହେଉଛନ୍ତି । ଭ୍ରଷ୍ଟାଚାର ଓ ଶୋଷଣ : ସରକାରୀ ଦପ୍ତର ଓ ବ୍ୟବସ୍ଥାରେ ସାଧାରଣ ଲୋକେ ନିୟମିତ ଭାବେ ହଇରାଣ ଏବଂ ଶୋଷଣର ସମ୍ମୁଖୀନ ହେଉଛନ୍ତି । ଜାତି ଓ ଧର୍ମର ବାଡ଼ଚାଟ : ସମାଜରେ ଭେଦଭାବ ଏବଂ ଅସହିଷ୍ଣୁତା ବୃଦ୍ଧି ପାଇବା ଯୋଗୁ ନାଗରିକମାନେ ମୁକ୍ତ ଭାବେ ବଞ୍ଚିପାରୁ ନାହାଁନ୍ତି । ମୁକ୍ତିର ଉପାୟ ନାଗରିକମାନେ ନିଜର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହେବା ଜରୁରୀ । ଭୟର ବାତାବରଣକୁ ଭାଙ୍ଗି ସାମାଜିକ ଏବଂ ରାଜନୈତିକ ସଚେତନତା ସୃଷ୍ଟି କରିବାକୁ ପଡ଼ିବ । ଏକ ସମାନ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ସମୂହ ପ୍ରୟାସ ଆବଶ୍ୟକ। ଭାରତର ସ୍ବାଧୀନତା ସଂଗ୍ରାମ ବ୍ୟକ୍ତି–ସ୍ବତନ୍ତ୍ର ଓ ନାଗରିକ ଅଧିକାର ଉପରେ ଏହି ଯେଉଁ ହସ୍ତକ୍ଷେପ କରାଗଲା, ତା’ ବିରୁଦ୍ଧରେ ଲଢ଼େଇ କରିବାକୁ ପଡ଼ିବ । ସବୁ ବିଷୟ ଉପରେ ଆଲୋଚନା ନକରି ଦୁଇଟି ଜରୁରି ବିଷୟ ଉପରେ ଆଲୋଚନା କରିବାକୁ ଚାହୁଁଛି । ୧୭୫୭ର ପଳାସୀ ଯୁଦ୍ଧ ଓ ୧୮୫୮ର ସିପାହୀ ବିଦ୍ରୋହର ଅସଫଳତା ଭାରତୀୟ ମାନଙ୍କୁ ଅନେକ ଶିକ୍ଷା ଦେଇଛି । ପୁନଶ୍ଚ ଆମ ଓଡ଼ିଶା ପରାଧୀନ ଭଳି ମନେ ହେଉଛି। ଅଗଷ୍ଟ ୧୫, ୧୯୪୭ରୁ ତ ସାରା ଦେଶଟା ବିଭାଜିତ ହୋଇ ସ୍ୱାଧୀନ ହୋଇସାରିଛି। ଭ୍ରଷ୍ଟାଚାର : ବ୍ୟବସ୍ଥା ଭିତରେ ଲାଞ୍ଚ ଓ ଦୁର୍ନୀତି ସାଧାରଣ ଲୋକଙ୍କୁ ବାନ୍ଧି ରଖିଛି । ଭୟ ଓ ଅସୁରକ୍ଷା : ସ୍ୱର ଉତ୍ତୋଳନ କଲେ ଦମନର ଭୟ ନାଗରିକଙ୍କୁ ମୁକ୍ତ ଭାବେ ବଞ୍ଚିବାକୁ ଦିଏ ନାହିଁ । ମୁକ୍ତିର ପନ୍ଥା : ନାଗରିକଙ୍କୁ ସଠିକ୍ ଶିକ୍ଷା ଓ ଆର୍ଥିକ ସ୍ୱାଧୀନତା ଦେବା ଜରୁରି । ସଚେତନତା ଏବଂ ନିଜ ଅଧିକାର ପ୍ରତି ସଜାଗ ରହିବା ଦ୍ୱାରା ଏହି ମାନସିକ ପରାଧୀନତା ଦୂର ହୋଇପାରିବ । ସବୁ ପରେ ମଧ୍ୟ ଆମେ ବୁଝିବା ଦରକାର ଯେ ଗୋଟିଏ ଦଳ ବା ଗୋଟିଏ ଲୋକକୁ ବାରମ୍ବାର କ୍ଷମତାକୁ ଆଣିଲେ, ମନମାନି ଶାସନ ଚଲେଇବେ। ଦେଶରେ ଭ୍ରଷ୍ଟାଚାର ଓ ଭ୍ରଷ୍ଟାଚାରୀଙ୍କ ସଂଖ୍ୟା ବଢ଼ିଯିବ । ଦେଶ ଓ ରାଜ୍ୟ ଲକ୍ଷ୍ୟ ଲକ୍ଷ୍ୟ କୋଟି ଟଙ୍କା ଋଣ ନେଇ ଦେବାଳିଆ ପରିସ୍ଥିତିକୁ ନିମନ୍ତ୍ରଣ କରୁଛନ୍ତି । ଦେଶର ମାତ୍ର ୧ ଭାଗ ଲୋକଙ୍କ ପାଖରେ ୯୯ ଭାଗ ସମ୍ପତ୍ତି ଓ ୧ ଭାଗ ସମ୍ପତ୍ତି ଆଉ ବଳକା ୯୯ ଭାଗ ଲୋକ ବ୍ୟବହାର କରନ୍ତି । ଆମ ସମସ୍ତଙ୍କୁ ଗଭୀର ଭାବରେ ଏହି ବିଷୟରେ ଚିନ୍ତା କରିବା ଦରକାର ନହେଲେ ପୁଣି ଏକ ପରାଧିନ ଆଡକୁ ଅଗ୍ରସର ହେବା ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
