୨୦ ତାରିଖରେ ପୂର୍ବରୁ ସ୍ଥିର ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ପୂର୍ବପ୍ରଦତ୍ତ ସମ୍ମତି ମୋତେ ସେଠାରେ ଦିନସାରା ରହିବାକୁ ପଡ଼ିଲା । କିନ୍ତୁ ମୋର ହୃଦୟ, ମୋର ମନ ଓ ସମଗ୍ର ଚେତନା ଦିଲ୍ଲୀର ଜନ୍ତର ମନ୍ତର ଠାରେ ଆୟୋଜିତ ଯୁବା, ଯୁବତୀ, ଛାତ୍ର ଓ ଛାତ୍ରୀଙ୍କ ବିଶାଳ ଐତିହାସିକ ସଂସଦ ମାର୍ଚ୍ଚ, ସମାବେଶ, ସହ ଏକାତ୍ମ ହୋଇ ରହିଥିଲା । ଶିକ୍ଷା ବ୍ୟବସ୍ଥାରେ ବ୍ୟାପ୍ତ ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ଏହି ପ୍ରତିବାଦ କେବଳ ସେତିକିରେ ସୀମିତ ନଥିଲା, ଏହା ମୋର ଦୃଷ୍ଟିରେ ଭାଜପା-ଆର୍ଏସ୍ଏସ୍ର ଫାସିବାଦୀ ନୀତି ବିରୋଧରେ ଜନଆକ୍ରୋଶର ଏକ ସଶକ୍ତ ପ୍ରକାଶ ଥିଲା ।
ଦିଲ୍ଲୀ ଯିବାର କୌଣସି ଯୋଜନା ଶେଷ ପର୍ଯ୍ୟନ୍ତ ସମ୍ଭବ ହୋଇପାରିଲା ନାହିଁ । ସ୍ଥାନୀୟ ସ୍ତରରେ ମଧ୍ୟ ଏହାର ସମର୍ଥନରେ ନିଜେ କିଛି କରିପାରୁନଥିବା କିମ୍ବା ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେଇପାରୁନଥିବା କାରଣରୁ ଦୁଇଦିନ ଧରି ମନ ଅଶାନ୍ତ ଓ ବିଚଳିତ ରହିଥିଲା। ଲାଗୁଥିଲା, ଯେପରି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାର ସୁଯୋଗ ହାତଛଡ଼ା ହୋଇଯାଇଛି । ଯାହାହେଉ, ଜନ୍ତର ମନ୍ତରର କାର୍ଯ୍ୟକ୍ରମ ଯେଭଳି ସଫଳ ହେବା ଉଚିତ୍ ବୋଲି ଆଶା କରାଯାଉଥିଲା, ବାସ୍ତବରେ ତାହାଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଓ ପ୍ରଭାବଶାଳୀ ହୋଇଥିବା ଜାଣି ଆଶ୍ୱସ୍ତି ମିଳିଲା । ଫାସିବାଦୀ ଶକ୍ତି ବିରୋଧରେ ଏହା ଏକ ପ୍ରଚଣ୍ଡ ପ୍ରହାର ଥିଲା । ତଥାପି ସେହି ଐତିହାସିକ ମୁହୂର୍ତ୍ତରେ ନିଜର ପ୍ରତ୍ୟକ୍ଷ ଉପସ୍ଥିତି ନଥିବାର ବେଦନା ମନକୁ ଅସହଜ କରି ରଖିଛି ।
ଦିଲ୍ଲୀର ଘଟଣାବଳୀ ସମ୍ପର୍କରେ କିଛି ସାଥୀଙ୍କ ଫେସବୁକ ପୋଷ୍ଟ ଏବଂ ଅନ୍ୟାନ୍ୟ ସୂତ୍ରରୁ ସୂଚନା ମିଳୁଥିଲା । କିନ୍ତୁ ବେଳେବେଳେ ଲାଗୁଥିଲା, କାଳେ ଭାବାବେଗ ତଥ୍ୟଠାରୁ ଅଧିକ ପ୍ରବଳ ହୋଇପଡ଼ିଛି । କିନ୍ତୁ ଓଡ଼ିଶାର ଏକ ପ୍ରମୁଖ ଦୈନିକ ଖବରକାଗଜର ମୁଖ୍ୟ ପୃଷ୍ଠାରେ ଏହି ଖବର ପ୍ରକାଶିତ ହୋଇଛି ସତ କିନ୍ତୁ ଯେଭଳି ଏହାକୁ ଗୁରୁତ୍ୱହୀନ କରି ଉପସ୍ଥାପନା କରାଯାଇଛି, ତାହା ଆଉ ଏକ ସଙ୍କେତ ହୋଇ ଆସିଲା, ଯେତେବେଳେ ସତ୍ତାର ନିକଟବର୍ତ୍ତୀ ଗଣମାଧ୍ୟମ ଘଟଣାକୁ ଛୋଟ କରି ଦେଖେଇବାର ଚେଷ୍ଟା କରେ , ସେତେବେଳେ ସେହି ଘଟଣାର ଐତିହାସିକ ତାତ୍ପର୍ଯ୍ୟ ଆହୁରି ସ୍ପଷ୍ଟ ହୋଇ ପଡେ ।
ଜନ୍ତରମନ୍ତର ଐତିହାସିକ ସମାବେଶ ଏବଂ ଏହାର ସମର୍ଥନରେ ଦେଶର ବିଭିନ୍ନ ପ୍ରାନ୍ତରେ ସଙ୍ଗଠିତ ପ୍ରତିବାଦ ଏକଥା ସୂଚିତ କରୁଛି ଯେ, ଗଣତନ୍ତ୍ରର ପ୍ରକୃତ ଶକ୍ତି ଜନତାଙ୍କ ସ୍ୱର ଏବଂ ସଙ୍ଗଠିତ ପ୍ରତିରୋଧରେ ନିହିତ ଥାଏ । ରାଜ୍ୟ ଯେତେବେଳେ କର୍ପୋରେଟ ସ୍ୱାର୍ଥ, ସାମ୍ପ୍ରଦାୟିକ ବିଭାଜନ ଓ କେନ୍ଦ୍ରୀଭୂତ କ୍ଷମତାର ଅପବ୍ୟବହାର ପଥରେ ଅଗ୍ରସର ହୁଏ , ସେତେବେଳେ ଇତିହାସ ନୂଆଶକ୍ତିର ସନ୍ଧାନ କରେ । ସେହି ଶକ୍ତିର ନାମ ହେଉଛି ସଙ୍ଗଠିତ ଜନତା, ସଂଘର୍ଷଶୀଳ ଯୁବ ସମାଜ ଏବଂ ପ୍ରଗତିଶୀଳ ଗଣତାନ୍ତ୍ରିକ ଚେତନା । ବିଶ୍ୱାସ ଯେ,୨୦ ଜୁଲାଇ ୨୦୨୬ ଭାରତର ଗଣତାନ୍ତ୍ରିକ ସଂଘର୍ଷର ଇତିହାସରେ ଏକ ସ୍ମରଣୀୟ ଦିନ ଭାବେ ଲିପିବଦ୍ଧ ହୋଇରହିବ । ବହୁ ପ୍ରଚାରିତ ‘ବିଶ୍ୱଗୁରୁ’ର ନିର୍ମିତ ଛବିକୁ ଦେଶର ଯୁବପିଢ଼ି ଏହି ଦିନ ଉଜାଗର କରିବାରେ ସାହସିକ ଭୂମିକା ଗ୍ରହଣ କରିଛନ୍ତି । ଏହା ସହିତ, ମୋଦୀ-ଶାହା ନେତୃତ୍ୱାଧୀନ ଶାସନ ବ୍ୟବସ୍ଥାର ଗର୍ବ ଓ ଅହଙ୍କାରକୁ ମଧ୍ୟ ଏହି ଜନଆନ୍ଦୋଳନ ଏକ ଶକ୍ତ ଆହ୍ୱାନ ଜଣାଇଛି ।
ଇତିହାସର ଗତି କେବଳ କୌଣସି ସତ୍ତା ବା ସତ୍ତାଧାରୀ ବ୍ୟକ୍ତିଙ୍କ ଇଚ୍ଛାରେ ରୁକି ନାହିଁ । ତାହାକୁ ଆଗକୁ ନେଇଛି ସଂଘର୍ଷ, ପ୍ରତିରୋଧ ଓ ଜନତାଙ୍କ ସମ୍ବଳିତ ସ୍ୱପ୍ନ । ୨୦ ଜୁଲାଇ ସେହି ସ୍ବପ୍ନକୁ ଆଉ ଟିକିଏ ସ୍ପଷ୍ଟ , ଆଉ ଟିକିଏ ଦୃଢ଼ ଏବଂ ଆଉ ଟିକିଏ ସମ୍ଭାବନାମୟ କରିଦେଲା । ଫାସିବାଦୀ-ସାମ୍ପ୍ରଦାୟିକ ଶକ୍ତିର ଅବସାନ ନିଶ୍ଚିତ । ଛାତ୍ର- ଛାତ୍ରୀ, ଯୁବକ-ଯୁବତୀ ଓ ଜନତାଙ୍କ ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ ପାଇଁ ଲାଠିଚାର୍ଜ ଏବଂ ଲୁହାବୁହା ଗ୍ୟାସ ପ୍ରୟୋଗ ନିନ୍ଦନୀୟ ଅଟେ। ଏକ ଭାଇରାଲ ଭିଡିଓରେ ଜଣେ ଦିଲ୍ଲୀ ପୋଲିସ ଅଧିକାରୀ ଜଣେ ମହିଳା ପ୍ରଦର୍ଶନକାରୀଙ୍କୁ ଚାପୁଡ଼ା ମାରୁଥିବାର ଦେଖାଯାଇଛି । ୨୦ ଜୁଲାଇ ୨୦୨୬ରେ ନୂଆଦିଲ୍ଲୀରେ ଅତିରିକ୍ତ ଡେପୁଟି କମିଶନର ଅଫ୍ ପୋଲିସ ସନ୍ଦୀପ ଲାମ୍ବା ଜଣେ ମହିଳା ପ୍ରଦର୍ଶନକାରୀଙ୍କୁ ଚାପୁଡ଼ା ମାରୁଥିବାର ଫୁଟେଜକୁ ନେଇ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି ।
ଏହି ଘଟଣା କୋକରୋଚ୍ ଜନତା ପାର୍ଟିର ସଂସଦ ଚଲୋ ମାର୍ଚ୍ଚ ସମୟରେ ଘଟିଥିଲା, ଯେଉଁଠାରେ ପ୍ରଦର୍ଶନକାରୀମାନଙ୍କୁ ଦିଲ୍ଲୀ ପୋଲିସ ଏବଂ ଜଇୠ କର୍ମଚାରୀମାନେ ନିର୍ମମ ଭାବରେ ମାଡ଼ ମାରିଥିଲେ। ସାଧାରଣ ଲୋକଙ୍କ ପ୍ରତିକ୍ରିୟା ତୁରନ୍ତ ପ୍ରକାଶ ପାଇଥିଲା । ଭିଡିଓ ଭାଇରାଲ ହେବା ମାତ୍ରେ, ସେ ଏକ ନ୍ୟୁଜ୍ ୱାୟାର ସର୍ଭିସକୁ କହିଥିଲେ, “ମୋ ଆଣ୍ଠୁରେ ଏକ ପଥର ବାଜିଥିଲା ଏବଂ ମୋର ଏକ ବଡ ଆଘାତ ଲାଗିଥିଲା।” ତଥାପି, ଲାମ୍ବା ସିଧାସଳଖ ନିର୍ଦ୍ଦିଷ୍ଟ ଭିଡିଓକୁ ସମ୍ବୋଧିତ କରି ନାହାଁନ୍ତି । ପ୍ରମୁଖ ଜନ ପ୍ରତିବାଦ ସମୟରେ ଅଧିକାରୀଙ୍କ ଆଚରଣ ଉପରେ ସମାଲୋଚନା ତୀବ୍ର ହେବା ସତ୍ତ୍ୱେ, ଦିଲ୍ଲୀ ପୋଲିସ ଅଧିକାରୀମାନେ ମାର୍ଚ୍ଚଦାରମାନଙ୍କ ବିରୁଦ୍ଧରେ ନିଷ୍ଠୁର ଶକ୍ତି ପ୍ରୟୋଗ କରିବାର ସମସ୍ତ ଦାବିକୁ ଦୃଢ଼ ଭାବରେ ଅସ୍ୱୀକାର କରିଛନ୍ତି ।
ସନ୍ଦୀପ ଲାମ୍ବାଙ୍କୁ ଅନ୍ୟ ଅଧିକାରୀଙ୍କ ସହାୟତାରେ ଟେମ୍ପୋ ଟ୍ରକ୍ ଉପରେ ଆକ୍ରମଣ କରୁଥିବାର ମଧ୍ୟ ଦେଖାଯାଇଥିଲା, ଯେଉଁଠାରେ ଉଔଚ ପ୍ରତିଷ୍ଠାତା ଅଭିଜିତ୍ ଦୀପେ, ଗୀତାଞ୍ଜଳି ଜେ ଆଙ୍ଗମୋ, ପ୍ରକାଶ ରାଜ, ଶବାନା ଆଜମୀ ଏବଂ ଅନ୍ୟାନ୍ୟ ଉଔଚ ସମର୍ଥକମାନେ ଗାଡ଼ି ପଛରେ ଉପସ୍ଥିତ ଥିଲେ । ସେ ସିଜେପି ନେତାଙ୍କୁ ଟ୍ରକରୁ ଓହ୍ଲାଇବାକୁ ମଧ୍ୟ ଦାବି କରିଥିଲେ, ଏବଂ ଅଭିଜିତ ଦୀପ ବାହାରକୁ ଆସିବାକୁ ରାଜି ହୋଇଥିଲେ । ଗାଡିକୁ ଘେରି ରହିଥିବା ସମର୍ଥକମାନେ ଡିପେଙ୍କୁ ଓହ୍ଲାଇ ନଦେବାକୁ ଅନୁରୋଧ କରିଥିଲେ, କାରଣ ସେମାନେ ସେଠାରେ ଦଙ୍ଗା ସାମଗ୍ରୀ ପିନ୍ଧି ଏବଂ ଲାଠି ଧରି ଉପସ୍ଥିତ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଦ୍ୱାରା ଆକ୍ରମଣ ହେବାର ଭୟରେ ଥିଲେ ।
ରିପୋର୍ଟ ଅନୁଯାୟୀ ସନ୍ଦୀପ ଲାମ୍ବା କଥା ହେବା ପାଇଁ ମାଇକ୍ରୋଫୋନ୍ ନେଇଥିଲେ, କିନ୍ତୁ ତା’ପରେ ଜୋରଦାର ଭାବରେ ମାଇକ୍ ତାର ଚିରି ବିଚ୍ଛିନ୍ନ ଡିଭାଇସ୍ ଅନ୍ୟ ଜଣେ ଅଧିକାରୀଙ୍କୁ ଦେଇଥିଲେ, ଯାହା ଫଳରେ ସିଜେପି ନେତା ଭିଡ଼କୁ ସମ୍ବୋଧିତ କରିପାରି ନଥିଲେ । ସଂଘର୍ଷ ସମୟରେ ପୋଲିସ କର୍ମଚାରୀମାନେ ଟ୍ରକ୍ ଡ୍ରାଇଭରଙ୍କୁ ଜୋରଜବରଦସ୍ତ ବାହାର କରି ପିଟିଥିଲେ । ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ପରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସଂସଦ ଚଲୋ ମାର୍ଚ୍ଚ ସମୟରେ ପୋଲିସ ଛାତ୍ର ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ନିର୍ମମ ବଳ ପ୍ରୟୋଗ କରିଥିଲା । ସେ ଦାବି କରିଥିଲେ ଯେ ଅନେକ ପ୍ରଦର୍ଶନକାରୀଙ୍କ ମୁଣ୍ଡରେ ଆଘାତ ଲାଗିଛି । ସେ ଏହା ମଧ୍ୟ କହିଛନ୍ତି ଯେ ଜଣେ ପୁରୁଷ ପୋଲିସ ଅଧିକାରୀ ଜଣେ ୧୫ ବର୍ଷୀୟ ଝିଅକୁ ମାଡ଼ ମାରିଥିଲେ, ଏବଂ ଆହୁରି ଅଭିଯୋଗ କରିଛନ୍ତି ଯେ ଅଧିକାରୀମାନେ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋଙ୍କ କେଶ ଧରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ଏକ ଟେମ୍ପୋ ଟ୍ରକରୁ ବାହାର କରିବାକୁ ଚେଷ୍ଟା କରିଥିଲେ ।
ଯଦି ଏକ ମନ ଏକ ପ୍ରାଣ ହୋଇ ଲଢ଼େଇ କରିବା ତାହେଲେ ଆମର ବିଜୟ ହିଁ ବିକଳ୍ପ ଭାବରେ ଆମକୁ ମିଳିବ ।
ଆସନ୍ତୁ ଏକାଠି ହୋଇ ଏକ ବୈପ୍ଳବିକ ପରିବର୍ତ୍ତନ ଆହ୍ବାନ ଦେବା ଓ “ବିପ୍ଳବ ଆଣିବା ବିକଳ୍ପ ବାଛିବା ବିକାଶ କରିବା”
