ମୋ ଦେଶ ଆଜିକି ୮୦ ବର୍ଷ ହେଲା ସ୍ବାଧୀନତା ପାଇଲାଣି। ସ୍ୱାଧିନତା ପାଇଲା ପରେ ଆମ ଦେଶରେ ଲୋକ ଜନ୍ମ ନେଇ ମୃତ୍ୟୁ ବି କଲେଣି ତଥାପି ା କିନ୍ତୁ ମୋ ଦେଶରୁ ଗରିବୀ ଦୂରୀକରଣ ହେଇ ପାରିଲା ନାହିଁ। କେତେ ପ୍ରଧାନମନ୍ତ୍ରୀ ଆସିଲେଣି ଆଉ ଗଲେଣି । କ’ଣ କରୁଛନ୍ତି ଏହି ଦଳ ଗୁଡ଼ିକ ା ଆମେ ସମସ୍ତ ଦଳକୁ ତ ଉଣା ଅଧିକେ ସୁଯୋଗ ଦେଇଛେ କିନ୍ତୁ ଫଳ ଶୂନ। ମୋ ଦେଶ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର । ଆମ ଦେଶ ଯେଉଁ ଦେଶର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନ, ସମାନତା ଓ ମର୍ଯ୍ୟଦାର ଅଧିକାର ଦେଇଛି, ସେହି ଦେଶର ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଭଳି ପବିତ୍ର ଦିନରେ ନିଜ ଦେଶର ନାଗରିକମାନଙ୍କୁ ‘ଦିମାଗୀ ନକ୍ସଲ’ ବୋଲି ସମ୍ବୋଧନ କରିବା ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନାଗରିକଙ୍କ ସମ୍ମାନ ପ୍ରତି ଏକ ଗଭୀର ପ୍ରଶ୍ନ ।
୧୨ ବର୍ଷ ଧରି କ୍ଷମତାରେ ରହିବା ପରେ ମଧ୍ୟ ଯଦି ଭାଷାରେ ଦୂରଦୃଷ୍ଟି, ଶାଳୀନତା ଓ ଦେଶର ଯୁବପିଢ଼ିଙ୍କ ପ୍ରତି ସମ୍ମାନ ନଥାଏ, ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏହା କେଉଁ ନୂଆ ଭାରତର ରାଜନୈତିକ ଭାଷା? ଜଣେ ପ୍ରଧାନମନ୍ତ୍ରୀଙ୍କଠାରୁ ଦେଶର ଯୁବପିଢ଼ି ଆଶା କରେ ଭବିଷ୍ୟତର ସ୍ୱପ୍ନ, ନୂଆ ଚିନ୍ତାଧାରା, ରୋଜଗାର, ଶିକ୍ଷା, ବିଜ୍ଞାନ, ସମାନତା ଓ ଏକତାର କଥା । କିନ୍ତୁ ଯୁବକମାନଙ୍କୁ ଏଭଳି ଅପମାନଜନକ ଟ୍ୟାଗ୍ ଦେଇ, ଭିନ୍ନମତକୁ ଦେଶ ବିରୋଧୀ ଭାବେ ଚିତ୍ରଣ କରି ଜେନ୍-ଜି ଓ ଆଗାମୀ ପିଢ଼ିର ହୃଦୟ ଜିତି ହେବ କି ? ଭାରତର ଯୁବପିଢ଼ି ପ୍ରଶ୍ନ କରେ, ଚିନ୍ତା କରେ ଓ ନିଜ ମତ ପ୍ରକାଶ କରେ । ଗଣତନ୍ତ୍ରରେ ଏହା ଅପରାଧ ନୁହେଁ ା ବରଂ ଏହା ହେଉଛି ଗଣତନ୍ତ୍ରର ଶକ୍ତି, ନୈତିକ ମୂଲ୍ୟବୋଧ ଓ ମୌଳିକ ଅଧିକାର। ପ୍ରଧାନମନ୍ତ୍ରୀଙ୍କ ଭାଷାରେ ମଧ୍ୟ ଦେଶର ମର୍ଯ୍ୟଦା, ଗଣତନ୍ତ୍ରର ଗାରିମା ଓ ନାଗରିକଙ୍କ ପ୍ରତି ସମ୍ମାନ ପ୍ରତିଫଳିତ ହେବା ଦରକାର। ଭାରତକୁ ଆଗକୁ ନେବାକୁ ହେଲେ ଯୁବପିଢ଼ିକୁ ଭୟଭୀତ କରାଇ ନୁହେଁ, ବରଂ ବିଶ୍ୱାସ କରିବାକୁ ପଡ଼ିବ । ଏହି ହେଉଛି ନୂଆ ଓ ବିକଶିତ ଭାରତର ଯୁବପିଢ଼ିଙ୍କର ଆଶା। ପ୍ରଧାନମନ୍ତ୍ରୀ ଜାଣି ରଖିବା ଉଚିତ ଯେ, ଯୁବପିଢ଼ି ହିଁ ସବୁବେଳେ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାନ୍ତି। ଆଜିର ଯୁବ ସମାଜ ଆସନ୍ତା କାଲିର ଭବିଷ୍ୟତ। ମୋ ଓଡ଼ିଶାର ଜେନ୍-ଜି ମାନଙ୍କୁ ଆହ୍ବାନ ଦଉଛି କି,ଜନ ଜାଗରଣ ଅଭିଯାନରେ ସାମିଲ ହୁଅନ୍ତୁ ଏବଂ ଚାଲନ୍ତୁ, ‘ବିପ୍ଳବ ଆଣିବା ବିକଳ୍ପ ବାଛିବା, ବିକାଶ କରିବା’ ।
ଜୟ ହିନ୍ଦ୍ – ବନ୍ଦେ ମାତରଂ
