1
ନୂଆ ଓଡ଼ିଶା ଗଢ଼ିବାରେ ଯୁବପିଢ଼ିଙ୍କ ଭୂମିକା ଅତୁଳନୀୟ
‘ଜନ ଜାଗରଣ ଅଭିଯାନ’ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ସମାରୋହ
ଭୁବନେଶ୍ୱର, ୩୦/୦୮(ଜେଏନ୍ଏସ୍) : ନୂଆ ଓଡ଼ିଶା ଗଠନ ଦିଗରେ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନ ଓ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ‘ଜନ ଜାଗରଣ ଅଭିଯାନ’ ପକ୍ଷରୁ ଏକ ସ୍ୱତନ୍ତ୍ର ବକ୍ତୃତା ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆଜି ହୋଟେଲ କଳିଙ୍ଗ ଅଶୋକଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। “ନୂଆ ଓଡ଼ିଶା ଗଢ଼ିବାରେ ଯୁବପିଢ଼ିଙ୍କ ଭୂମିକା” ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମାରୋହରେ ରାଜ୍ୟର ପ୍ରତିଷ୍ଠିତ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଅଂଶଗ୍ରହଣ କରି ନିଜର ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ଜନ ଜାଗରଣ’ ଅନୁଷ୍ଠାନର ମୁଖ୍ୟ ତଥା ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ବିଚାରକ ମଣ୍ଡଳୀ ଓ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ଅତିଥÒ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥଲେ ା ଏହା ପରେ ବକ୍ତୃତା ପ୍ରତିଯୋଗିତା ଅାରମ୍ଭ ହୋଇଥÒଲା ା ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବେସିକ ସାଇନ୍ସ,ବିଜେବି ଅଟୋନୋମସ ଓ ବିଜେବି ଜୁନିୟର କଲେଜ,ଏକାମ୍ର କଲେଜ,ଗୋବିନ୍ଦପୁର ଡିଗ୍ରୀ କଲେଜ,ମହର୍ଷି କଲେଜ,ଓୟୁଟିଆର୍,ରାଜଧାନୀ କଲେଜ ଓ ଏକ୍ସଆଇଏମ୍ ୟୁନିଭର୍ସିଟିର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ବକ୍ତବ୍ୟ ପ୍ରଦାନ କରିଥÒଲେ ା ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ଅତ୍ୟନ୍ତ ଓଜସ୍ୱିନୀ ଭାଷାରେ ନୂଆ ଓଡ଼ିଶାର ପରିକଳ୍ପନା ରଖିଥିଲେ। ଦୁର୍ନୀତିମୁକ୍ତ ସମାଜ, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତିକରଣ ଏବଂ ରୋଜଗାର ସୃଷ୍ଟି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଯୁବପିଢ଼ି ନିଜର ଦୃଢ଼ ମତ ରଖି ଉପସ୍ଥିତ ଶ୍ରୋତା ଓ ବିଚାରକମଣ୍ଡଳୀଙ୍କୁ ବେଶ୍ ପ୍ରଭାବିତ କରିଥିଲେ।
ଏହା ପରେ ଶ୍ରୀ ପଟ୍ଟନାୟକ ଶେଷରେ କହିଥିଲେ କି, ”ଯୁବଶକ୍ତି କେବଳ ସରକାର ଗଢ଼ିବା କିମ୍ବା ଭାଙ୍ଗିବାର ହାତବାରିସି ନୁହେଁ; ଏହା ସମାଜ ଗଠନର ଅସଲ କାବେରୀ। ଆଜି ଦୁର୍ନୀତି ଆମ ଗ୍ରାମପଞ୍ଚାୟତରୁ ଆରମ୍ଭ କରି ନିର୍ବାଚନ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁଠି ଚେର ମାଡ଼ିସାରିଛି। ‘ଜନ ଜାଗରଣ ଅଭିଯାନ’ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି— ଯୁବପିଢ଼ିଙ୍କୁ ନେଇ ପ୍ରତି ପଞ୍ଚାୟତ ଓ ପୌରାଞ୍ଚଳରେ ଏକ ସଚ୍ଚୋଟ ଓ ଦୁର୍ନୀତି-ବିରୋଧୀ ସୈନ୍ୟବାହିନୀ ଗଢ଼ିବା। ଯୁବସମାଜ ଆଜି ଜାଗ୍ରତ ପ୍ରହରୀ ସାଜି ପ୍ରତ୍ୟେକ କାର୍ଯ୍ୟ, ଅନୁଦାନ ଓ ନିର୍ବାଚନରେ ସ୍ୱଚ୍ଛତା ଆଣିବେ। ଯଦି ଯୁବଶକ୍ତି ଏକାଠି ହୋଇ ସଂଗ୍ରାମ କରିବେ, ତେବେ ଗଣତନ୍ତ୍ରର ମୂଳଦୁଆ ସୁଦୃଢ଼ ହେବା ସହ ଏକ ଦୁର୍ନୀତିମୁକ୍ତ ଓ ଉତ୍ତରଦାୟୀ ସମାଜ ଗଠନ ହୋଇପାରିବ।” ଏଥ ସହ ଶ୍ରୀ ପଟ୍ଟନାୟକ ଜନ ଜାଗରଣ ଅଭିଯାନର ମୁଖ୍ୟ ଆଭିମୁଖ୍ୟ ଓ ନୀତି ସମ୍ପର୍କରେ ଆଲୋକପାତ କରିଥÒଲେ ା ସତ୍ତା ପରିବର୍ତ୍ତନ ନୁହେଁ, ସମାଜ ପୁନର୍ବିନ୍ୟାସ ଦରକାର ା

ଯୁବଶକ୍ତିକୁ କେବଳ ରାଜନୈତିକ ଫାଇଦା କିମ୍ବା ସତ୍ତା ପରିବର୍ତ୍ତନ ପାଇଁ ନୁହେଁ, ବରଂ ଏକ ସୁସ୍ଥ ଓ ଦୁର୍ନୀତିମୁକ୍ତ ସମାଜ ଗଠନରେ ନିୟୋଜିତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥÒଲେ ା ପଞ୍ଚାୟତ ଓ ପୌରାଞ୍ଚଳରୁ ସଂଗ୍ରାମ ଆରମ୍ଭ କରିବାକୁ ସେ ଛାତ୍ରଛାତ୍ରୀ ଓ ଯୁବ ସମାଜକୁ ଆହ୍ବାନ ଦେଇଥÒଲେ ା ଗ୍ରାମସଭା, ସାମାଜିକ ଅଡିଟ୍, ସରକାରୀ ଯୋଜନା ଓ ଟିକସ ହିସାବରେ ସ୍ୱଚ୍ଛତା ଆଣିବା ପାଇଁ ଯୁବପୀଢ଼ି ମୁଖ୍ୟ ଦାୟିତ୍ୱ ନେବା ଦରକାର ା ପ୍ରତି ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ନିଷ୍ଠାପର ଓ ସଚ୍ଚୋଟ ଯୁବ ସେନାପତି ଏବଂ ସେମାନଙ୍କ ଅନୁଗାମୀଙ୍କୁ ନେଇ ଦୁର୍ନୀତି ନିବାରଣ ବାହିନୀ ଗଠନ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଥÒଲେ ା ମୁକ୍ତ ଓ ଅବାଧ ନିର୍ବାଚନ କିଭଳି ହେବ ଏବଂ ନିର୍ବାଚନରେ ଟଙ୍କା ଓ ବାହୁବଳର ପ୍ରଭାବ ରୋକିବା ସହ ସାଧାରଣ ଜନତାଙ୍କୁ ସଚେତନ କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ହେବ ବୋଲି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥଲେ ା ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥ ତଥା ବିଚାରକ ଭାବେ ପ୍ରମୋଦ କୁମାର ପଟ୍ଟନାୟକ(ଆଇଏଏସ୍),ୱାଟ୍କୋର ପୂର୍ବତନ ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ସ୍ବାଇଁ,ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଓ ବିଶିଷ୍ଟ ସାହିତ୍ୟିକା ସୁନିତ ମୁଣ୍ଡ୍ ଯୋଗ ଦେଇଥବା ବେଳେ ସମାଜସେବୀ ଗିରିଧର ପାଢ଼ୀ,ଜନବାର୍ତ୍ତାର ସମ୍ପାଦକ ଶୁଭନ୍ଦୁ ରାୟ ମହାପାତ୍ର,ବଂଶୀ ବାଦକ ସରୋଜ କୁମାର ସିଂ ପ୍ରମୁଖ ଉପସ୍ଥତ ଥଲେ ା

କାର୍ଯ୍ୟକ୍ରମର ଶେଷରେ ଶ୍ରେଷ୍ଠ କୃତୀ ପ୍ରତିଯୋଗୀ ରାଜଧାନୀ କଲେଜ(ପ୍ରଥମ),ବେସିକ୍ ସାଇନ୍ସ(ଦ୍ବିତୀୟ) ଓ ବିଜେବି ଅଟୋନୋମସ (ତୃତୀୟ)ଙ୍କୁ ଟ୍ରଫି ଓ ମାନପତ୍ର ସହ ଅର୍ଥ ରାଶି ପ୍ରଦାନ କରାଯିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଶଂସାପତ୍ର ଦିଆଯାଇଥିଲା। ଆଗାମୀ ଦିନରେ ଯୁବସମାଜକୁ ସଂଗଠିତ କରି ଏହିଭଳି ଗଠନମୂଳକ କାର୍ଯ୍ୟକ୍ରମ ଓ ଅଭିଯାନ ରାଜ୍ୟସାରା ଜାରି ରହିବ ବୋଲି ଜନ ଜାଗରଣ ଅଭିଯାନ ପକ୍ଷରୁ ସୂଚନା ଦିଆଯାଇଥିଲା। ପରିଶେଷରେ ଜନ ଜାଗରଣର ସାଧାରଣ ସମ୍ପାଦକ ଶାରଦା ପ୍ରସନ୍ନ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥÒଲେ ା ସୁଶାନ୍ତ,ଆଶିଷ,ଶୁଭେନ୍ଦୁ,ଜଗବନ୍ଧୁ,ପ୍ରକାଶ,ମାନସ ଓ ସତ୍ୟଜିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥÒଲେ ା ରେଭେନ୍ସାର ପ୍ରାକ୍ତନ ଛାତ୍ର ସଭାପତି ତପନ ମିଶ୍ର କାଳଜୟୀ କବିତା ପାଠ କରିଥÒଲେ ା
