ଆମେ ଜାଣିଛେ ଓଡ଼ିଶା ସରକାର ବିଜେପି ବା ପୂର୍ବ ସରକାର ବିଜେଡି, ଆମ ଟିକସ ଟଙ୍କାରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଶା ପାଇଁ ନିବେଶକ ସମ୍ମିଳନୀ କରିଛନ୍ତି ଏବଂ ବାହାର ଦେଶକୁ ମଧ୍ୟ ଯାଇ ନିବେଶକ ପାଇଁ ଆମନ୍ତ୍ରଣ କରିଛନ୍ତି । ସବୁ ସରିଲା ପରେ କୁହାଯାଏ ଯେ, ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ଆମ ରାଜ୍ୟକୁ ଆସିବ ଓ ଅନେକନିଯୁକ୍ତି ସୃଷ୍ଚି ହେବ । ହେଲେ ସବୁବେଳେ ଫଳ ଶୂନ । ଆମ ଯୁବ ସମାଜକୁ କେବଳ ଦିନରେ ଲଣ୍ଠନ ଦେଖେଇବା କଥା । ଆମ ରାଜ୍ୟର ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି ବାହାର ରାଜ୍ୟକୁ ଏବଂ ଅନେକ ନିର୍ଯାତନା ପାଉଛନ୍ତି ଅନେକ ସମୟରେ ଜୀବନ ମଧ୍ୟ ଚାଲିଯାଉଛି ।
ମୂଳ କଥା ହେଲା ଆମ ରାଜ୍ୟର ଶତପ୍ରତିଶତ ଲୋକ ଋଣ ଗ୍ରସ୍ତ, ହଁ ସେଥିରୁ ମାତ୍ର ୩ ଭାଗ ଲୋକ ବଡ଼ ବଡ଼ ଲୋନ ନେଇ ନିଜର ବେପାର ବଣିଜ କରୁଛନ୍ତି। କିନ୍ତୁ ୯୭ ଭାଗ ଲୋକ ଏତେ ଅସୁବିଧାରେ ଅଛନ୍ତି ଯେ ୫ ହଜାରରୁ ଆରମ୍ଭ କରି ୫୦ ହଜାର ପର୍ଯ୍ୟନ୍ତ ନିଜର ‘ମୋବାଇଲ ଆପ’ ଜରିଆରେ ବିଭିନ୍ନ ଋଣ ଦେବା ସଂସ୍ଥାରୁ ଋଣ ନେଇ ପୁଣି ସେଇ ଋଣର ସୁଧ ପରିଷଦ ପାଇଁ ସେମାନଙ୍କୁ ଆଉ ଏକ ଋଣ ନେବାକୁ ପଡୁଛି । ଯାହା ଦ୍ବାରା କ୍ୟାନ୍ସର ଭଳି ଋଣ ଭାର ଦିନକୁ ଦିନ ପୁରା ପାରିବାରକୁ କବ୍ଜା କରି ନେଉଛି। ତାପରେ ଧିରେ ଧିରେ ପରିବାରରେ ଅଶାନ୍ତି ଓ ମାନସିକ ରୋଗ ଦିନକୁ ଦିନ ବଢୁଛି। ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା, ବାପ ଓ ପୁଅ ଭିତରେ ଝଗଡ଼ା, ମାଆ ଓ ଝିଅ ମଧ୍ୟରେ ଝଗଡ଼ା ଅନେକ ସମସ୍ୟା ନିଜ ପରିବାର ଭିତରେ ଉପୁଜୁଛି । ଶେଷରେ ଆତ୍ମହତ୍ୟା କରିବାକୁ ବା ନିଜେ ଅନ୍ୟ ଜଣକୁ ଜୀବନରେ ମାରି ଦେବାକୁ ମଧ୍ୟ ପଛାଉନାହାନ୍ତି । ଆମ ରାଜ୍ୟରେ ମୋବାଇଲ ଆପ ଦ୍ବାରା ଛୋଟ ଛୋଟ ଋଣ ଦେଉଥିବା ସଂସ୍ଥାଗୁଡ଼ିକ ଋଣ ଦେଲା ପରେ ଯେଉଁଭଳି ଢଙ୍ଗରେ ଆଦାୟ କରୁଛନ୍ତି ତାହା ଅସହନୀୟ, ତେଣୁ ଦିନକୁ ଦିନ ଏହାକୁ ନେଇ ବଡ଼ ସମସ୍ୟା ଉପୁଜିବାରେ ଲାଗିଛି। ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ନିହାତି ଦରକାର ଏବଂ ବୁଝିବା ଦରକାର ଯେ, ମୋ ରାଜ୍ୟରେ ବସବାସ କରୁଥିବା ଲୋକଟିର କ’ଣ ଏମିତି ଆବଶ୍ୟକତା ଅଛି ଯେ, ତାକୁ ମାତ୍ର ୫ ହଜାର ଟଙ୍କା ପାଇଁ ମଧ୍ୟ ଋଣ ନେବାକୁ ପଡୁଛି । ସ୍ୱାଧୀନତାର ଏତେ ବର୍ଷ ପରେ ଯଦି ଏହି ଅବସ୍ଥା ତା’ ହେଲେ ଏତେ ଲୋକ ନିଜର ଜୀବନକୁ ବାଜି ଲଗାଇ ଦେଶ ସ୍ବାଧୀନ କରିଥିଲେ କ’ଣ ଏଇଆ ଦେଖିବା ପାଇଁ ।
ରାଜନୀତି କରୁଥିବା ଦଳ ଓ ନେତା ମାନଙ୍କୁ ଟିକିଏ ଲଜ୍ଜା ଲାଗିବା ଦରକାର । ଆମ ରାଜ୍ୟ ଓ ଆମେ ସ୍ୱାବଲମ୍ବୀ କିପରି ହୋଇପାରିବା ତାର ବ୍ୟବସ୍ଥା କରିବା ଦରକାର । ଆଉ ଗୋଟେ କଥା ହେଉଛି ଏଥିପାଇଁ ନେତା ଯେତିକି ଦାୟୀ ଜନତା ମଧ୍ୟ ସେତିକି ପରିମାଣରେ ଦାୟୀ କାରଣ ୫୦୦ ଟଙ୍କା, ମଦ ଓ ମାଂସ ବଦଳରେ ନିଜର ଅମୂଲ୍ୟ ସମ୍ପଦ ଭୋଟ ଖଣ୍ଡିକ ୫ ବର୍ଷ ପାଇଁ ବିକି ଦେଉଛନ୍ତି। ଯାହାର ପରିଣାମ ସ୍ୱରୂପ ଆମକୁ ଋଣ ନେଇ ଋଣର ଶୁଦ୍ଧ ପରିଷଦ କରିବାକୁ ଋଣ ନେବାକୁ ପଡୁଛି । ତେଣୁ ସବୁରି ମୂଳରେ ଗୋଟିଏ ଭଲ ମଣିଷଟିଏ ରାଜନୀତିକୁ ଆସିବାର ଆବଶ୍ୟକତା ରହିଛି । ତେବେ କେମିତି ଓ କାହିଁକି ଭଲ ମଣିଷ ରାଜନୀତିକୁ ଆସିବେ। ଯେତେବେଳେ ଭଲ ମଣିଷଟିଏ ଅନୁଭବ କରିବ ଯେ ବିନା ‘ମଦ, ମାଂସ ଓ ଟଙ୍କା’ ବଦଳରେ ଆମ ରାଜ୍ୟର ଜନସାଧାରଣ ଭୋଟ ଦବାକୁ ରାଜି ତାହାଲେ ସିନା ଭଲ ମଣିଷ ମାନେ ଦାୟିତ୍ୱ ନେବାକୁ ଆଗେଇ ଆସିବେ । ନ ହେଲେ ଏମିତି ଆମେ ଋଣ ଯନ୍ତା ଭିତରେ ସଢି ସଢି ମରିବା ପଛେ କେହିବି ଆମ ପିଠିରେ ପଡ଼ିବେ ନାହିଁ ।
‘ତେଣୁ ଆସନ୍ତୁ ଏକାଠି ହେବା, ଆମ ଓଡ଼ିଶା ଆମେ ନିଜେ ଗଢ଼ିବା’ ।
ଜନତାଙ୍କୁ ଜାଗରଣ କରିବା ପାଇଁ ‘ଜନ ଜାଗରଣ’ରେ ସାମିଲ ହୁଅନ୍ତୁ ଓ ବିଜୟ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରନ୍ତୁ ।
ଜନ ଜାଗରଣ ଅଭିଯାନ…
ଏକ ବୈପ୍ଳବିକ ପରିବର୍ତ୍ତନର ଆହ୍ବାନ…
‘ବିପ୍ଳବ ଆଣିବା – ବିକଳ୍ପ ବାଛିବା – ବିକାଶ କରିବା’ ।
