ଭୁବନେଶ୍ବର,୨୮/୦୯(ଜନବାର୍ତ୍ତା) : ସାମ୍ବାଦିକତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ, ଏକ ନୂଆ ସଂକଳ୍ପ। ଲୋକଙ୍କ ସ୍ୱରକୁ ସାମ୍ନାକୁ ଆଣିବା ପାଇଁ ସାପ୍ତାହିକୀ ଖବରକାଗଜ ‘ଜନବାର୍ତ୍ତା’ ଏବଂ ଡିଜିଟାଲ ଚ୍ୟାନେଲ ‘ଜନବାର୍ତ୍ତା ଲାଇଭ୍’ ପକ୍ଷରୁ ଗତ ରବିବାର ଦିନ ପୋଖରୀପୁଟସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ବନ୍ଧୁମିଳନ ଓ ପରିଚୟ ପତ୍ର ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା

ଏହି ସାରସ୍ୱତ ତଥା ଗଣମାଧ୍ୟମ ସମାବେଶରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ଏବଂ ବରିଷ୍ଠ ସାମ୍ବାଦିକମାନେ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ,ସମ୍ପାଦକ ଶୁଭେନ୍ଦୁ ରାୟ ମହାପାତ୍ର,ଜନ ଜାଗରଣର ଉପସଭାପତି ଗିରିଧାରୀ ପାଢ଼ୀ,ପ୍ରକାଶକ ଶାରଦା ପ୍ରସନ୍ନ ସ୍ବାଇଁ ପ୍ରମୁଖ ଉପସ୍ଥତ ରହି ସାମ୍ପ୍ରତିକ ସମାଜରେ ନିରପେକ୍ଷ ସାମ୍ବାଦିକତାର ଆବଶ୍ୟକତା ଉପରେ ନିଜର ବହୁମୂଲ୍ୟ ମତ ରଖିଥିଲେ। ଏହା ସହ ‘ଜନବାର୍ତ୍ତା’ ପରିବାରର ସମସ୍ତ ସଦସ୍ୟଙ୍କୁ ଆଗାମୀ ଦିନ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ଓଡ଼ିଶାର କୋଣ-ଅନୁକୋଣରୁ ଆସିଥିବା ‘ଜନବାର୍ତ୍ତା’ର ସମସ୍ତ ଜିଲ୍ଲା ଓ ବ୍ଲକ ପ୍ରତିନିଧିମାନଙ୍କୁ ସେମାନଙ୍କର ନୂତନ ପରିଚୟ ପତ୍ର ପ୍ରଦାନ କରାଯାଇଥଲା। ସତ୍ୟ, ନିଷ୍ଠା ଓ ସାହସିକତାର ସହ ଲୋକଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରତିନିଧି ଏହି ଅବସରରେ ସଂକଳ୍ପ ନେଇଥଲେ ା

ବନ୍ଧୁମିଳନ ଉତ୍ସବରେ ସଂସ୍ଥାର ମୁଖ୍ୟ ଶ୍ରୀ ପଟ୍ଟନାୟକ କହିଥଲେ କି, ‘ଜନବାର୍ତ୍ତା’ କେବଳ ଏକ ଖବରକାଗଜ ବା ଡିଜିଟାଲ ପ୍ଲାଟଫର୍ମ ନୁହେଁ, ବରଂ ଏହା ସାଧାରଣ ଜନତାଙ୍କ ବିଶ୍ୱାସର ପ୍ରତୀକ ା ନିଶ୍ଚିତ ଭାବରେ, ଆଗାମୀ ଦିନରେ ‘ଜନବାର୍ତ୍ତା’ ଏବଂ ‘ଜନବାର୍ତ୍ତା ଲାଇଭ୍’ର ଓଡ଼ିଶାର ଗଣମାଧ୍ୟମ ଦୁନିଆରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ଏଥିରେ କୌଣସି ସନ୍ଦେହ ନାହିଁ। ଆଜିର ଏହି ସ୍ୱତନ୍ତ୍ର ରିପୋର୍ଟରେ ଏତିକି, ଅଧିକ ଖବର ପାଇଁ ଦେଖୁଥାନ୍ତୁ ‘ଜନବାର୍ତ୍ତା ଲାଇଭ୍

