ଜନ ଜାଗରଣ ଅଭିଯାନ’ ଶୀର୍ଷକ ଆଲୋଚନା ଚକ୍ର
ଭୁବନେଶ୍ୱର, ୦୮/୦୮ (ଜେଏନ୍ଏସ୍) : ସମସ୍ତ ବ୍ୟକ୍ତିଙ୍କୁ ଅଧିକାର, ଦାଦନ ମୁକ୍ତ ଓଡ଼ିଶା, ଶିକ୍ଷାକୁ ଅଗ୍ରାକାର, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା, ଦୁର୍ନୀତି ବିରୋଧରେ ସଂଗ୍ରାମ, ପରିବେଶର ସୁରକ୍ଷା ପାଇଁ ଏକ ବାହିନୀ ସୃଷ୍ଟି କରିବା ଏବଂ ବିଭିନ୍ନ ଯୋଜନାରେ ଲାଭ ଲୋକଙ୍କ ନିକଟରେ ପହଂଚାଇବାକୁ ହେବ ବୋଲି ଜନ ଜାଗରଣ ଅଭିଯାନ ସମାବେଶରେ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ବାନ ଦେଇଛନ୍ତି ା
https://youtu.be/OWBtaTdRe9I?si=BSgaw2iGWycBa95s

ଶନିବାର ଜୟଦେବ ଭବନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଅାଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ‘ଜନ ଜାଗରଣ ଅଭିଯାନ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ ବିଶିଷ୍ଟ ପ୍ରଶାସକ ସଂଜୀବ ହୋତା କହିଛନ୍ତି ଯେ, “ନୂଆ ଓଡ଼ିଶା ଗଠନ ପାଇଁ ସବୁ ଭଲ ବ୍ୟକ୍ତିମାନେ ପଦାକୁ ବାହାରି ଆସିବା ଦରକାର ଓ ଆମେ ସଂଘବଦ୍ଧ ହୋଇ ଭଲ କାମ କଲେ ଏହା ସମ୍ଭବ ହେବ।’ ମୁଖ୍ୟ ବକ୍ତା ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି କୁମରବର ଦାସ କହିଛନ୍ତି, “ବିରୋଧୀ ନୁହେଁ, ବିକଳ୍ପ ଆବଶ୍ୟକ ଓ ଦଳ ନୁହେଁ, ଗୋଟିଏ ଆଦର୍ଶ ଦରକାର ଓ ଏବେ ଭାରତ ବା ଓଡ଼ିଶାରେ ଆଦର୍ଶ ବା ସଠିକ ମାର୍ଗ ନାହିଁ। ଫଳରେ ଦେଶ ଆଗେଇ ପାରୁନାହିଁ ଓ ନେତା ଅଛନ୍ତି, ନେତୃତ୍ବ ନାହିଁ । ମନ ଅଛି, ମାନସିକତା ନାହିଁ ଓ ଦୀର୍ଘ ୮୦ ବର୍ଷ ଧରି ଆମକୁ ଦ୍ବନ୍ଦ ଭିତରକୁ ଠେଲି ଦିଆଯାଇଛି । ସେହିପରି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ରାଜନୀତିରେ ଆଉ ଭଲ ମଣିଷ ସାମିଲ ହେଉ ନାହାନ୍ତି ବୋଲି କହିଥିଲା ବେଳେ ଦାଦନ ଟିଏ ପେଟ ପାଟଣା ପାଇଁ ସ୍ବପ୍ନ ନେଇ ଯାଉଛି ଶବ ହୋଇ ଫେରୁଛି।
https://www.facebook.com/share/v/1GCzGsPLLz/

ପରିସଂଖ୍ୟାନ ନୁହେଁ ପରିବର୍ତ୍ତନର ଆଭିମୁଖ୍ୟ ରଖÒ ବ୍ୟବସ୍ଥାକୁ ସୁଦୃଢ଼ ଓ ଉତ୍ତରଦାୟୀ କରାଗଲେ ନୂଆ ଓଡ଼ିଶାର ବିକଶିତ ଓଡ଼ିଶାର ସ୍ବପ୍ନ ସାକାର ହେବ। ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ଦୁର୍ନୀତି ହଟାଇବା ପାଇଁ ଜେନ-ଜିମାନେ ଏକାଠି ହେବା ଦରକାର ବୋଲି ମତ ପ୍ରକାଶ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ, ‘ଛାତ୍ର ଯୁବକମାନେ ଅଭିଯାନକୁ ଆଗକୁ ନେଇ ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବେ। ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ବାହାର ରାଜ୍ୟକୁ ଯାଇ ଦୟନୀୟ ଭାବେ କାମ କରୁଛନ୍ତି। ଓଡ଼ିଶା ମାଟିରେ ଓଡ଼ିଆ ଶ୍ରମିକଙ୍କୁ କାମ ଯୋଗାଇ ପାରିଲେ ଓଡ଼ିଶା ଦାଦନ ମୁକ୍ତ ହେବ ା ଓଡ଼ିଶାରେ ବାଙ୍ଗାଲୋର ପ୍ରତିଷ୍ଠା କରିବେ । ସେହିମାନେ ଜଣେ ଜଣେ ଉଦ୍ୟୋଗୀ ହେବେ ଓ ଅଣୁ ତଥା କ୍ଷୁଦ୍ରଶିଳ୍ପ ମାଧ୍ୟମରେ ହଜାର, ହଜାର ନିଯୁ ଯୁକ୍ତି ସୃଷ୍ଟି କରିବେ । ସେଥିପାଇଁ ଆମକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଶା ବାହାରର ଶିଳ୍ପପତିମାନଙ୍କ ପଛରେ ଗୋଡ଼ାଇବା ନାହିଁ । ଆମ ରାଜ୍ୟର ଶିକ୍ଷିତ ଯୁବକ, ଯୁବତୀ ନିଜର ଅଫୁରନ୍ତ ସୃଜନୀ ଶକ୍ତି ବଳରେ ଓଡ଼ିଶା ଯେଉଁଠି ସେମି କଣ୍ଡକ୍ଟରଠାରୁ ଆରମ୍ଭ କରି ଲୁହା କଣ୍ଟା ପର୍ଯ୍ୟନ୍ତ, କଳ-ତନ୍ତଠାରୁ ଠାରୁ ଆରମ୍ଭ କରି ଫଳ ରସ ପର୍ଯ୍ୟନ୍ତ ସବୁ ପଦାର୍ଥ ଏଇଠି ପ୍ରସ୍ତୁତ ହେବ । “ମେକ୍ ଇନ୍ ଓଡ଼ିଶା” ଓଡ଼ିଆମାନଙ୍କ ଦ୍ବାରା ହେବ । ଏହାକୁ ସଫଳ କରିବାକୁ ହେଲେ ଆମକୁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ହେବ ।”
https://www.instagram.com/reel/Db2Uz7rtiRU/?utm_source=ig_web_copy_link&igsh=MzRlODBiNWFlZA==

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏ ସବୁ ପାଇଁ ଭଲ ମଣିଷଙ୍କର ଆବଶ୍ୟକତା ରହିଛି। ଗାଁ ଠାରୁ ଫଚାୟତ ପର୍ଯ୍ୟନ୍ତ ଫଚାୟତରୁ ଜିଲ୍ଲା ବ୍ୟବସାୟ -ପର୍ଯ୍ୟନ୍ତ, ଜିଲାରୁ ରାଜଧାନୀ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ଶିକ୍ଷା, ସାହିତ୍ୟ, କଳା, କ୍ରୀଡ଼ା, ବ୍ୟ ସବୁ କ୍ଷେତ୍ରରେ ସ୍ବାଭିମାନୀ ଓଡ଼ିଆମାନେ ଆଗେଇ ଆସିବା ଉଚିତ । ଯେଉଁମାନେ ଏହି ଜନ ଆନ୍ଦୋଳନରେ ସାମିଲ ହେବାକୁ ଚାହାଁନ୍ତି ତାଙ୍କୁ ଖୋଜି ବାହାର କରିବାକୁ ହେବ । ସେ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରି ଏହି ବାର୍ତ୍ତା ପୂରପଲ୍ଲୀରେ ପହଞ୍ଚାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥÒଲେ । ସେହିପରି ଯୁବ ଶକ୍ତି ଓ ଅଣୁ କ୍ଷୁଦ୍ର ଶିଳ୍ପ ଉପରେ ଗୁରୁତ୍ବ ଦେବା ଏହି ବ୍ୟବସ୍ଥାର ବଦଳ ପାଇଁ ଛାତ୍ର ଓ ଯୁବସମାଜକୁ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଛି। ବାହାର ରାଜ୍ୟର ଶିଳ୍ପପତିଙ୍କ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ବଦଳରେ ରାଜ୍ୟର ଶିକ୍ଷିତ ଯୁବକ-ଯୁବତୀମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିତୋଳି ଅଣୁ ଓ କ୍ଷୁଦ୍ର ଶିଳ୍ପ ମାଧ୍ୟମରେ ହଜାର ହଜାର ନିଯୁକ୍ତି ସୃଷ୍ଟି କରାଯିବ। ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି କଳ-କବ୍ଜା ପର୍ୟ୍ୟନ୍ତ ସବୁ ସାମଗ୍ରୀ ଓଡ଼ିଶାରେ ହିଁ ତିଆରି ହୋଇ ପ୍ରକୃତ “ମେକ୍ ଇନ୍ ଓଡ଼ିଶା” ସଫଳ ହେବ।

ଜନ ଜାଗରଣର ଅଭିଯାନର ସମ୍ପାଦକ ତଥା ଜନବାର୍ତ୍ତାର ପ୍ରକାଶକ ସାରଦା ପ୍ରସନ୍ନ ସ୍ବାଇଁ କହିଥÒଲେ ଯେ, ଆତ୍ମ ନିର୍ଭରଶିଳ ଓଡ଼ିଶା ଗଢ଼ିବା ପାଇଁ ପ୍ରତି ଓଡ଼ିଆ ଭିତରେ ଆତ୍ମବିଶ୍ବାସ ରହିବା ଦରକାର। ନିଜ ସ୍ବାର୍ଥ ଅପେକ୍ଷା ସାମଗ୍ରିକ ସ୍ବାର୍ଥ ପ୍ରତି ଧ୍ୟାନ ଦେଇ କାମ କଲେ ୨୦୩୬ ଓଡ଼ିଶା ଗଠନର ଶତବାର୍ଷିକୀ ଆମ ପାଇଁ ସ୍ବାଭିମାନର ବାର୍ତ୍ତା ଦେବ ବୋଲି କହିଥÒଲେ।
ଅନ୍ୟମାନଙ୍କ ମଧ୍ୟରେ ବେଙ୍ଗାଲୁଲୁରେ ଅବସ୍ଥାନ କରୁଥିବା ଶ୍ରଦ୍ଧା ସୁମନ କହିଛନ୍ତି ଯେ,ନୂଆ ପୀଢ଼ିର ମୁଁ ହୋଇଥିଲେ ହେଁ ନୂଆ ଓଡ଼ିଶା ପାଇଁ ନୂଆ ସ୍ବପ୍ନ ଦେଖୁଛି ଓ ମିଳିତ ହୋଇ ଆମେ ଏହି ଜଣଜାଗରଣ ଅଭିଯାନ କାର୍ଯ୍ୟକ୍ରମକୁ ଆଗେଇ ନେଲେ ସବୁ ସମ୍ଭବ ହେବ ବୋଲି ସେ କହିଥÒଲେ। ସେହିପରି ୱାଟ୍କୋର ପୂର୍ବତନ ମୁଖ୍ୟ ପରିଚାଳକ ପ୍ରଦିପ୍ତ କୁମାର ସ୍ବାଇଁ, ବିଶିଷ୍ଟ ଉଦ୍ୟୋଗୀ ଶାକ୍ୟ ସିଂହ ମହାପାତ୍ର, ଶିକ୍ଷକ ସୁଶାନ୍ତ ଦାସ, ସମାଜସେବୀ ଗିରିଧର ପାଢ଼ୀଙ୍କ ସହ ଜନ ଜାଗରଣର ସମ୍ପାଦକ ସାରଦା ପ୍ରସନ୍ନ ସ୍ବାଇଁ ପ୍ରମୁଖ ଗାଁ, ପଞ୍ଚାୟତ, ଜିଲ୍ଲାରୁ ଆରମ୍ଭ କରି ରାଜଧାନୀ ପର୍ୟ୍ୟନ୍ତ ଶିକ୍ଷକ, କୃଷକ, ବୁଦ୍ଧିଜୀବୀ ଓ ସ୍ବାଭିମାନୀ ଓଡ଼ିଆମାନଙ୍କୁ ଏହି ଜନ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ା “ସବୁ ଭଲ ବ୍ୟକ୍ତିମାନେ ବାହାରି ଆସନ୍ତୁ, ମିଳିମିଶି ନୂଆ ଓଡ଼ିଶା ଗଢ଼ନ୍ତୁ ବୋଲି ଆହ୍ବାନ ଦେଇଥÒଲେ ା ବରିଷ୍ଟ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ସ୍ବାଗତ ଭାଷଣ ସହ ଅତିଥÒ ପରିଚୟ ପ୍ରଦାନ କରିଥÒଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥÒଲା।

ଅଭିଯାନର ୭ଟି ପ୍ରମୁଖ ଲକ୍ଷ୍ୟ
ଅଧିକାର ସଚେତନତା : ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କ ଅଧିକାର ବିଷୟରେ ଜାଗ୍ରତ କରିବା
ଦାଦନମୁକ୍ତି : ହଜାର ହଜାର ସ୍ଥାନୀୟ ଉଦ୍ୟୋଗୀ ସୃଷ୍ଟି କରି ଦାଦନ ବ୍ୟବସ୍ଥାର ଅନ୍ତ ଘଟାଇବା
ଗୁଣାତ୍ମକ ଶିକ୍ଷା : ଶିକ୍ଷା କ୍ଷେତ୍ରକୁ ସର୍ବୋଚ୍ଚ ଅଗ୍ରାଧିକାର ଦେବା
ସ୍ବାସ୍ଥ୍ୟ ସେବା : ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା
ଦୁର୍ନୀତି ବିରୋଧୀ ସଂଗ୍ରାମ : ଶାସନ ଓ ପ୍ରଶାସନକୁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ କରିବା
ପରିବେଶ ସୁରକ୍ଷା : ପରିବେଶ ରକ୍ଷା ପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ବାହିନୀ ଗଠନ
ଯୋଜନାର ରୂପାୟନ : ସରକାରୀ ଯୋଜନାର ସୁଫଳ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବା

