ଭୁବନେଶ୍ବର,୧୭/୦୮(ଜେଏନ୍ଏସ୍): ପାର୍ଲାମେଣ୍ଟରେ ପାରିତ ହୋଇଥିବା ମାଇନ୍ସ ଏଣ୍ଡ ମିନେରାଲ୍ସ (ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ) ଆମେଣ୍ଡମେଣ୍ଟ ବିଲ୍, ୨୦୨୬ (MMDR Amendment Bill) କୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ବିରୋଧ କରିଛନ୍ତି. ଏହି ସଂଶୋଧିତ ଆକ୍ଟ ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ଅଧିକାର ପ୍ରତି ଏକ ବଡ଼ ବିପଦ ବୋଲି ସେ ଦର୍ଶାଇଛନ୍ତି ାଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ବିଧିବଦ୍ଧ ଚିଠି ଲେଖି ତୁରନ୍ତ ଦୁଇଟି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ା
- ରାଜ୍ୟର ସଂଘୀୟ ଅଧିକାର ଓ ଖଣିଜ ରାଜସ୍ୱର ସୁରକ୍ଷା ପାଇଁ ସର୍ବଦଳୀୟ ବୈଠକ ଡାକନ୍ତୁ ା
- ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏହି ଆକ୍ଟ ବିରୋଧରେ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରନ୍ତୁ ା
ନବୀନଙ୍କ ବିରୋଧର ମୁଖ୍ୟ କାରଣ
- ରାଜସ୍ୱ ହାନି: ବିଜେଡିର ଆକଳନ ଅନୁଯାୟୀ, ଏହି ନୂଆ ନିୟମ ଲାଗୁ ହେଲେ ଓଡ଼ିଶା ଭଳି ଖଣି ସମୃଦ୍ଧ ରାଜ୍ୟ ବାର୍ଷିକ ପ୍ରାୟ ୧୨,୦୦୦ କୋଟି ଟଙ୍କାର ରାଜସ୍ୱ ହରାଇବ ା
- ଟିକସ କ୍ଷମତା ସଙ୍କୁଚିତ: ସଂଶୋଧିତ ବିଲ୍ର ସେକ୍ସନ ୯D ଅନୁଯାୟୀ, କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ରାଜ୍ୟଗୁଡ଼ିକ ଖଣିଜ ପଦାର୍ଥ କିମ୍ବା ଖଣିଜ ଜମି ଉପରେ କୌଣସି ଟିକସ କିମ୍ବା ସେସ୍ (Cess) ଲଗାଇ ପାରିବେ ନାହିଁ ା
- କେନ୍ଦ୍ରର ଏକଚାଟିଆ କ୍ଷମତା: ବିଲ୍ର ସେକ୍ସନ ୨ ଏବଂ ୧୩ ଅନୁଯାୟୀ, ଖଣିଜ ଜମି ଉପରେ କେନ୍ଦ୍ରର ନିୟନ୍ତ୍ରଣ ବୃଦ୍ଧି ପାଇବ ଏବଂ ନିୟମ ପ୍ରଣୟନର ସମ୍ପୂର୍ଣ୍ଣ କ୍ଷମତା କେନ୍ଦ୍ର ପାଖକୁ ଚାଲିଯିବ ା
- ସଂଘୀୟ ବ୍ୟବସ୍ଥା ଉପରେ ପ୍ରହାର: ସୁପ୍ରିମକୋର୍ଟ ଜୁଲାଇ ୨୦୨୪ରେ ରାଜ୍ୟଗୁଡ଼ିକୁ ଖଣି ଉପରେ ଟିକସ ଆଦାୟର ଅଧିକାର ଦେଇଥିବା ବେଳେ, କେନ୍ଦ୍ରର ଏହି ବିଲ୍ ସମବାୟ ସଂଘବାଦ (Cooperative Federalism) ର ଉଲ୍ଲଂଘନ କରୁଛି ବୋଲି ନବୀନ ଅଭିଯୋଗ କରିଛନ୍ତି ା
“ଯଦି କେନ୍ଦ୍ର ସରକାର ଟିକସ ଆଦାୟର ସମସ୍ତ କ୍ଷମତା ନେଇଯିବେ, ତେବେ ଓଡ଼ିଶା ପାଖରେ କେବଳ ପ୍ରଦୂଷଣ, ବିସ୍ଥାପନ ଓ ଖଣି ଖନନର ବୋଝ ହିଁ ରହିଯିବ, କିନ୍ତୁ ଏହାର ଲାଭ ରାଜ୍ୟବାସୀ ପାଇବେ ନାହିଁ ।”
— ନବୀନ ପଟ୍ଟନାୟକ
ବିଜେଡିର ପରବର୍ତ୍ତୀ ରଣନୀତି
ପାର୍ଲାମେଣ୍ଟର ରାଜ୍ୟସଭାରେ ମଧ୍ୟ ବିଜେଡି ସାଂସଦମାନେ ଏହି ବିଲ୍କୁ ଜୋରଦାର ବିରୋଧ କରିଥିଲେ. ଏହି ଆକ୍ଟ ବିରୋଧରେ ଦଳ ଆଇନଗତ ଲଢ଼େଇ (Legal Action) କରିବା ସହ ରାଜ୍ୟବ୍ୟାପୀ ଜନ ଆନ୍ଦୋଳନ ଓ ପ୍ରତିବାଦ କରିବାକୁ ରଣନୀତି ପ୍ରସ୍ତୁତ କରିଛି ା
