ଆମ ସରକାର, ଡ଼ିଜିଟାଲ୍ ନେଣ ଦେଣ ଉପରେ ଏମ୍ଡିଆର୍ ଚାର୍ଜ ଲାଗୁ କରିବା ପରେ ସାରା ଦେଶରେ ଏକ ଅସ୍ୱାଭବିକ ପରିସ୍ଥିତି ସୃଷ୍ଟି ହୋଇଛି । ନାନା କଳପନା ଜଳ୍ପନା ମନରେ ଉଙ୍କି ମାରୁଛି । ଯାହାର ପ୍ରଭାବ ଛୋଟ ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବେପାରୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ମଧ୍ୟ ପାଲଟିଛି । ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏହି ବ୍ୟବସ୍ଥା ଅତ୍ୟନ୍ତ ଅସହ୍ୟ ହୋଇ ପଡ଼ିଛି । ଏଥିପାଇଁ ଦେଶବାସୀ ବା ଦେଶର ସାଧାରଣ ନାଗରିକମାନେ କେତେ ଯେ ହଇରାଣ ଓ ଅସୁବିଧାର ସମ୍ମୁଖୀନ ହେବେ ତାହା କଳ୍ପନା କଲେ ମୁଣ୍ଡ ଘୁରାଇ ଦେଉଛି । ଏହା ଖୋଲାଖୋଲି ସରକାରଙ୍କ ଏକ ସୁସଂଗଠିତ ଲୁଟର ବ୍ୟଵସ୍ଥା ।
ଆପଣ ମାନେ ଜାଣିଥିବେ, ଆଗ କାଳରେ ଘରେ ସବୁ ଶୁଆ ବା ଶାରୀ ରଖୁଥିଲେ ଏବଂ ସେମାନଙ୍କୁ ନିଜ ଆୟତ୍ତରେ ରଖିବା ପାଇଁ ତାଙ୍କୁ ଖାଦ୍ୟରେ ଅଫିମ ନାମକ ମାଦକ ଦ୍ରବ୍ୟ ଦଉଥିଲେ ା ଯାହା ଫଳରେ ସେ ଶୁଆ ବା ଶାରୀଟି ଠିକ୍ ସମୟରେ ସେ ତାର ମାଲିକ ଘରକୁ ଫେରି ଆସୁଥିଲା । ଠିକ୍ ସେହି ଭଳି ଏଇ ସରକାର ପ୍ରଥମେ ସମସ୍ତଙ୍କୁ ‘ଡ଼ିଜିଟାଲ୍ ହୁଅ ଦେଶର ବିକାଶରେ ସାମିଲ ହୁଅ’ର ନାରା ଦେଇ ଧୀରେ ଧୀରେ ଡ଼ିଜିଟାଲ୍ ନାମକ ଭୂତାଣୁକୁ ଇଞ୍ଜେକସନ ମାଧ୍ୟମରେ ଆମ ଶିରା ପ୍ରଶିରାରେ ପୁରେଇ ଦେଲା ପରେ ଏବେ ଏମ୍ଡ଼ିଆର୍ ଚାର୍ଜ ଲାଗୁ କରି ଦେଲେ ।
ଇଏ ହେଉଛି ଏକ ମାତ୍ର ଉଦାହରଣ କିନ୍ତୁ ଏଇଭଳି ଅନେକ ବ୍ୟବସ୍ଥା ଭିତରେ ସରକାର ଆମ ମାନଙ୍କୁ ଭୁଆଁ ବୁଲାଇ ଧୀରେ ଧୀରେ ପୂରେଇ ସାରିଲା ପରେ ଏକ ଶକ୍ତ ଆଘାତ ଦେଉଛନ୍ତି , ଆମେ ତାହା ଜାଣି ପାରୁନେ । ତେଣୁ ସମୟ ଥାଉ ଥାଉ ଆମେମାନେ ସଚେତନ ହୋଇଯିବା ଦରକାର। ଆମେ ଜାଣିବା ଓ ସମାଜକୁ ଜଣେଇବା ଦରକାର ଯେ, ଆମ ସରକାର ଆମର ନୁହେଁ କେବଳ କର୍ପୋରେଟ ହାଉସ୍ବାଲାଙ୍କ କଥାରେ ପରିଚାଳିତ । ଆମ ସରକାରଙ୍କ ମୂଳ ଲକ୍ଷ୍ୟ ହେଲା, ଦୁଇ ଗୁଜରାଟୀ ଭାରତକୁ ବିକିବେ ଏବଂ ଅନ୍ୟ ଦୁଇଜଣ ଗୁଜରାଟୀ ଭାରତକୁ କିଣିବେ ଓ ଶେଷରେ ସମସ୍ତେ ମିଳିମିଶି ଲୁଟିବେ ।
ମୁଁ ପୁଣି ଥରେ କହୁଛି କି ଆସ ମୋର ଯୁବ ସମାଜ, ‘ଆମେ ଏକାଠି ହେବା ଆମ ଓଡ଼ିଶା ଆମେ ଗଢ଼ିବା’ । ଜନ ଜାଗରଣ ଅଭିଯାନ ଏକ ବୈପ୍ଳବିକ ପରିବର୍ତ୍ତନର ଆହ୍ବାନ । ଆମର ଲକ୍ଷ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢ଼ିବା ଓ ଜିତିବା ।
“ବିପ୍ଳବ ଆଣିବା – ବିକଳ୍ପ ବାଛିବା – ବିକାଶ କରିବା”
