ଭୁବନେଶ୍ବର,୧୧/୦୭: ଏନ୍ଡିଏ ମେଣ୍ଟ ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ଦିନ କ୍ଷମତା ସିଂହାସନରେ ବସିଥିବାରୁ, ଦେଶ ସାରା ବିଜେପି ଉତ୍ସବ ପାଳନ କରୁଛି ା ବାର ବର୍ଷର ତଥାକଥିତ ସୁଶାସନ କେବଳ ୧୪୦ କୋଟି ଲୋକଙ୍କ ପକେଟ କାଟିବାର ଏକ ସରକାରୀ ଦସ୍ତାବିଜ ବୋଲି ମୁଁ ଭାବୁଛି । ଯେପରି ଆମ ଦେଶର ୮୦ କୋଟି ଲୋକମାନେ ଦେଶର ୬୦ ଭାଗ ଲୋକ ମାଗଣା ଚାଉଳ ଟିକକ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ବିକାଶ ନୁହେଁ ? ବରଂ ଦେଶକୁ ଘୋର ଦାରଦ୍ର୍ୟର ଦଲଦଲରେ ପକାଇବାର ସବୁଠାରୁ ବଡ଼ ବିଚିତ୍ର ବ୍ୟବସ୍ଥା । ଦେଶର ସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରାୟତଃ ୭୮ ଭାଗ ପିଲା ପାଠ ପଢ଼ନ୍ତି ା ଆଉ ସେହି ପିଲାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବା ଶିକ୍ଷକଙ୍କ ପାଠପଢ଼ା ଶୈଳୀ ଓ ଆଚାର ବ୍ୟବହାର କଥା ଦେଶବାସୀଙ୍କୁ ବେଶ୍ ଭଲ ଭାବରେ ଜଣା । ଦେଶର ଲକ୍ଷାଧିକ ସରକାରୀ ବିଦ୍ୟାଳୟ ବନ୍ଦ କରି ଦିଆଯାଇଛି ।
ଏବେ ନିକଟରେ ଆମ ରାଜ୍ୟ ଓଡ଼ିଆ ଅସ୍ମିତାର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବହିରେ ଏତେ ମାତ୍ରାରେ ଭୁଲରୁ ଆପଣମାନେ ବୁଝି ପାରୁଥିବେ ଏ ସରକାର, ଆମ ପିଲାଙ୍କ ପାଠପଢ଼ାକୁ ନେଇ କେତେ ଯତ୍ନବାନ । ଏହି ଜଘନ୍ୟ ଭୁଲ୍ ପାଇଁ ଏ ସରକାର ଇସ୍ତଫା ଦେଇ ଦବା କଥା କି ନୁହେଁ, ତାହା ବିଚାର ଆପଣଙ୍କର । କିନ୍ତୁ କେବଳ ପାଠପଢ଼ା ନାଁରେ ଏଠି ଏକ ପ୍ରହସନ ଚାଲିଛି ବୋଲି ମୁଁ କହିବି । ଦେଶର କୃଷକମାନଙ୍କ ପ୍ରତି ମଧ୍ୟ ମୋଦିଙ୍କ କେତେ ଉଦାର ମନୋଭାବ ତାହା ଜଣାପଡ଼େ, ଉତ୍ତରପ୍ରଦେଶରେ ଚାଲିଥିବା କୃଷକ ଆନ୍ଦୋଳନକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବା ଓ ଦିଲ୍ଲୀ ଚତୁଃପାର୍ଶ୍ବରେ ଚାଲିଥÒବା ଚାଷୀ ଆନ୍ଦଳନକାରୀଙ୍କୁ ବର୍ଷ ତମାମ ଧରି ଦିଲ୍ଲୀ ଭିତରକୁ ପୁରାଇ ନ ଦେବା । କିନ୍ତୁ ଆପଣ ମାନେ ଆଉ ଗୋଟ କଥା ଲକ୍ଷ କରୁଥିବେ ମୋଦିଜୀ ଯେଉଁ ବାହାର ଦେଶକୁ ଗସ୍ତ କରୁଛନ୍ତି ଠିକ୍ ତା ପରେ ପରେ ସେହି ଦେଶରେ ଆଦାନୀ ଗ୍ରୁପ କ’ଣ ନା କଣ ଗୋଟେ ଚୁକ୍ତି କରି ବେପାର ବଣିଜ ଆରମ୍ଭ କରୁଛନ୍ତି ା ତା’ମାନେ ଆମ ବିଶ୍ୱଗୁରୁଙ୍କ ଏକ ମାତ୍ର ଲକ୍ଷ୍ୟ ‘ବିଶ୍ୱ ସାରା ଆଦାନୀଙ୍କ ବିକାଶର ଧାରା’ ।
ଠିକ୍ ଅଛି ଆମ ଦେଶର ଜଣେ ଲୋକ ପୃଥିବୀ ସାରା ବେପାର ବଣିଜ କରୁ କିନ୍ତୁ ତା’ମାନେ ନୁହେଁ ଯେ, ଭାରତୀୟଙ୍କ ତଣ୍ଟି ଚିପିକି ସେ ଆଗକୁ ବଢ଼ୁ । ଆମ ଦେଶର ସବୁ ବ୍ୟବସ୍ଥାକୁ କେବଳ ଏକ ମାତ୍ର ବ୍ୟକ୍ତି ହାତରେ ଟେକି ଦେଇ ଆମକୁ ବିକାଶର ପାଠ ପଢ଼ାଉଛନ୍ତି । ଆମ୍ଭମାନଙ୍କୁ ଯାହା ଲଜ୍ଜା ଟିକେ ନାହିଁ ।ସେମିତି ପ୍ରଭୁ ଶ୍ରୀରାମଙ୍କ କଥା କହି କହି ଶେଷରେ ପ୍ରଭୁ ରାମ ମନ୍ଦିର ଟ୍ରଷ୍ଟ ନାଁ’ରେ ଶହ ଶହ କୋଟି ଲୁଟି ନେଲେ ା କିନ୍ତୁ ଆମେ ଦେଶବାସୀ କେବଳ ବୋକାଙ୍କ ଭଳି ଦେଖିଲେ । ହିନ୍ଦୁତ୍ୱର ଠିକା ନେଇଥିବା ତଥାକଥିତ ବିଜେପି ଓ ଆର୍ଏସ୍ଏସ୍ ଗୋ-ମାତାଙ୍କ ରକ୍ଷା କଥା କହି କହି ଶେଷରେ ନିଜେ ଗୋମାଂସ ଖାଇ ଆମକୁ ଦେଶୀ ଓ ବିଦେଶୀ ଗାଇର ଉପାଖ୍ୟାନ ଶୁଣାଇଲେ ା ଆମେ ମଧ୍ୟ ନୀରବରେ ଶୁଣିଲେ ଏବଂ ସାରା ବିଶ୍ବରେ ବିଶ୍ୱଗୁରୁଙ୍କ ଆଶୀର୍ବାଦରୁ ଗୋମାଂସ ବିକ୍ରି କରିବାରେ ଆମ ଦେଶ ସର୍ବାଗ୍ରେ ।
ମୋଦୀଙ୍କ ବର୍ଷକୁ ୨ କୋଟି ଚାକିରି କଥା ଚୁଲିକି ଗଲା, କଳା ଧନ ଫେରେଇ ଆଣିବା କଥା ଆଉ ଉଠୁ ନାହିଁ । ମୋଦୀଙ୍କ ହିନ୍ଦୁତ୍ୱ କାର୍ଡ ଭାରି ଭଲ ବିକ୍ରି ହେଉଛି ଏବଂ ଆମ୍ଭେ ଇଛା ନଥାଇ ମଧ୍ୟ କିଣିବାକୁ ବାଧ୍ୟ ହେଉଛେ । ମୋଦି ଦେଶର ସବୁଠୁ ବଡ଼ ମିଛୁଆ ବୋଲି ସେ ନିଜେ ପ୍ରମାଣିତ କରିଛନ୍ତି, ତାହା ଆପଣମାନେ ସୋସିଆଲ ମିଡିଆରେ ତାଙ୍କ ପ୍ରତେକ କଥାକୁ ଧ୍ୟାନର ସହ ଶୁଣିଲେ ଜାଣିପାରିବେ । ସେ ଆମ ନିରୀହ ଭାରତବାସୀଙ୍କୁ ଭୁଆଁ ବୁଲେଇବାରେ ଓସ୍ତାଦ, ଯେମିତି କି, ରଥଯାତ୍ରାରେ ରଥ ଉପରେ ବସି ଡାହୁକ ତାଙ୍କର ଚିରାଚରିତ ବୋଲିରେ ଲୋକଙ୍କୁ ଆକର୍ଷିତ କରିଥାଏ ା ମହା ପ୍ରଭୁଙ୍କ ରଥ ଟାଣିବ। ଠିକ ସେମିତି ମୋଦିଜୀ ମନଲୋଭା ସ୍ଲୋଗାନ ଦେଇ ଲୋକଙ୍କୁ ଆକର୍ଷିତ କରି ଚାଲିଛନ୍ତି ା ଲୋକ ପ୍ରଥମେ ଖୁସି ହୁଅନ୍ତି ଏବଂ ପରେ ଭୋଟ ମଧ୍ୟ ଦିଅନ୍ତି ା କିନ୍ତୁ ପରେ ବହୁତ ପୀଡା ଅନୁଭବ କରନ୍ତି । କେବଳ କ୍ଷମତାର ଅହଂକାର ଏବଂ ପ୍ରଚାର ବ୍ୟବସ୍ଥା ହିଁ ଏହି ସରକାର ଏବଂ ମୋଦୀଙ୍କ ପ୍ରକୃତ ପରିଚୟ । ଏହି ଅମୃତ କାଳରେ, ବିଶ୍ୱ ଗୁରୁ ସାଧାରଣ ଜନତାଙ୍କୁ ଏତେ ବଡ଼ ବଡ଼ ଉପହାର ଦେଇଛନ୍ତି ଯେ, ଲୋକ କେବଳ ଚିନ୍ତାରେ ଅଛନ୍ତି । ଦେଶର ଲୋକମାନେ ଏହି ମହାନ ବ୍ୟକ୍ତିଙ୍କୁ ତାଙ୍କର ଏତେ ବଡ଼ ବଡ଼ ଉପକାରର ପ୍ରତିଫଳ କେମିତି ସୁଝିବେ ଓ କେବେ ସୁଝିବେ ତାହା ଦେଖିବା ବାକି ରହିଲା ?