ସୁନ୍ଦରଗଡ଼ ଜିଲ୍ଲା ବିଜୁ ଏକ୍ସପ୍ରେସ୍ୱେର ଭସ୍ମା ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି. ଏକ କୋଇଲା ବୋଝେଇ ଦ୍ରୁତଗାମୀ ଟ୍ରଲର (ଟ୍ରକ) ଧକ୍କାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି ା ପୀଡ଼ିତମାନେ ଏକ ସ୍କୁଟରରେ ଯାଉଥିବା ସମୟରେ ଭସ୍ମା ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ ସମ୍ମୁଖରେ କୋଇଲା ବୋଝେଇ ଟ୍ରଲରଟି ସେମାନଙ୍କୁ ପଛପଟୁ ପ୍ରଖର ବେଗରେ ଆସି ଧକ୍କା ଦେଇଥିଲା ା ଟ୍ରଲରର ଚକା ତଳେ ଚାପି ହୋଇଯିବା ଯୋଗୁଁ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ା
ମୃତକଙ୍କ ମଧ୍ୟରେ ଗାଇଜୋର ଗ୍ରାମର ମିତା ସିଂ (ମାଆ), ତାଙ୍କର ୩ ବର୍ଷର ଶିଶୁ ଏବଂ ପରିବାରର ଜଣେ ବୃଦ୍ଧା (ଆଈ) ଅଛନ୍ତି ା ଏହି ଦୁର୍ଘଟଣାରେ ମିତାଙ୍କ ଭଉଣୀ ଲିସା ଗୁରୁତର ଭାବେ ଆହତ ହୋଇଛନ୍ତି, ଯାହାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା ଦୁର୍ଘଟଣା ପରେ ଟ୍ରଲର ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା. ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ବିଜୁ ଏକ୍ସପ୍ରେସ୍ୱେ ଅବରୋଧ କରିବା ସହ ଦୀର୍ଘ ସମୟ ଧରି ଯାତାୟାତ ବନ୍ଦ ରଖିଥିଲେ ା ସୁନ୍ଦରଗଡ଼ ଏସଡିପିଓ (SDPO) ନିର୍ମଳ ଚନ୍ଦ୍ର ମହାପାତ୍ର ଏବଂ ଭସ୍ମା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା. ପୋଲିସ ଶବଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି ା
