ନବରଙ୍ଗପୁର ଜିଲ୍ଲାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହୋଇ ଫ୍ଲାସ୍ ଫ୍ଲଡ୍ ବା ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି. ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି ା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା-ଦୋହଣା ରାସ୍ତାରେ ଥିବା ବାଙ୍ଗିରି ନାଳ ପୋଲ ଉପରେ ୩ ଫୁଟରୁ ଅଧିକ ବନ୍ୟା ଜଳ ପ୍ରବାହିତ ହେଉଛି. ଏହା ଦ୍ୱାରା ଅନେକ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ା ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଉଥିବା ସମୟରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ତେନ୍ତୁଳିଖୁଣ୍ଟି ବିଡିଓଙ୍କ ଗାଡ଼ି ବାଙ୍ଗିରି ନାଳ ପୋଲ ଉପରେ ପ୍ରାୟ ଏକ ଘଣ୍ଟା କାଳ ଫସି ରହିଥିଲା ା ଜାତୀୟ ରାଜପଥ ଘଐ-୨୬ (ହୋଟେଲ ମନୀଷା ନିକଟରେ) ପ୍ରାୟ ଦୁଇ ଫୁଟ ପାଣି ଜମି ରହିବା ଯୋଗୁଁ ନବରଙ୍ଗପୁର ଓ ଜୟପୁର ମଧ୍ୟରେ ଯାତାୟାତ ଗମ୍ଭୀର ଭାବେ ବାଧାପ୍ରାପ୍ତ ହୋଇଛି. ଜାତବାଲ ଠାରେ ଷ୍ଟେଟ୍ ହାଇୱେ-୩୯ ମଧ୍ୟ ପ୍ରଭାବିତ ହୋଇଛି ା
ଝରିଗାଁ ବ୍ଲକରେ ଭାମିନିଆ ଓ ଚିକିଲି ନଦୀ ଏବଂ ଚନ୍ଦାହାଣ୍ଡି ବ୍ଲକରେ ଭଣ୍ଡାର, ତେଲ ଓ ବୋରେହି ନଦୀର ଜଳସ୍ତର ବିପଦ ସଙ୍କେତ ଆଡ଼କୁ ଗତି କରୁଛି ା ନବରଙ୍ଗପୁର ସହରର ୱାର୍ଡ ନଂ ୧୪ ଓ ୧୬ ସମେତ ଜାମାନ କଲୋନୀର ଅନେକ ଘର ଭିତରକୁ ବନ୍ୟା ପାଣି ପଶିଯାଇଛି. ହଜାର ହଜାର ଏକର ଚାଷ ଜମି ପାଣିରେ ବୁଡ଼ି ା ରହିଛି ଝରିଗାଁ ବ୍ଲକ ଏକମ୍ବା ଗାଁରେ ଜଣେ ବୃଦ୍ଧ ଚାଷୀ ବନ୍ୟା ପାଣିର ପ୍ରଖର ସ୍ରୋତରେ ଫସିଯାଇ ଏକ ତେନ୍ତୁଳି ଗଛ ଉପରେ ଚଢ଼ି ପ୍ରାୟ ୭ ଘଣ୍ଟା କାଳ ଜୀବନ ସଂଗ୍ରାମ କରିବା ପରେ ଅଗ୍ନିଶମ ବାହିନୀ ଦ୍ୱାରା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ା ପାପଡ଼ାହାଣ୍ଡି ବ୍ଲକର ମୋକିଆ ଏବଂ ବାଦମାସୀଗାଁରୁ ପ୍ରାୟ ୭୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ା ପ୍ରବଳ ବର୍ଷାର ରେଡ୍ ଆଲର୍ଟକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ା
