ଭୁବନେଶ୍ବର,୦୯/୦୭(ଜେଏନ୍ଏସ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଲବୋର୍ଣ୍ଣଠାରେ ଆୟୋଜିତ ୩ୟ ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସାମରିକ ଏବଂ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଏକ ନୂତନ ମିଳିତ ଘୋଷଣାନାମା ଗ୍ରହଣ କରାଯାଇଛି।