ଭୁବନେଶ୍ବର.୦୯/୦୭(ଜେଏନ୍ଏସ୍): ଚଳିତ ଫିଫା ବିଶ୍ୱକପ୍ ୨୦୨ (FIFA World Cup 2026) ଆମେରିକା, କାନାଡ଼ା ଏବଂ ମେକ୍ସିକୋର ମିଳିତ ଆୟୋଜନରେ ଅତ୍ୟନ୍ତ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି. ରାଉଣ୍ଡ-୧୬ (ନକ୍ଆଉଟ୍) ପର୍ଯ୍ୟାୟ ଶେଷ ହେବା ପରେ କ୍ୱାର୍ଟର ଫାଇନାଲ୍ (Quarter-finals) ଦଳଗୁଡ଼ିକର ଲାଇନଅପ୍ ଚୂଡ଼ାନ୍ତ ହୋଇସାରିଛି ା
ଏହି ବିଶ୍ୱକପ୍ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ :-
କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ସୂଚୀ (ଭାରତୀୟ ସମୟ – IST)
ଚଳିତ ବିଶ୍ୱକପ୍ର ଶେଷ ୮ଟି ଦଳ ମଧ୍ୟରେ ଜୋରଦାର ଟକ୍କର ହେବାକୁ ଯାଉଛି
* ଫ୍ରାନ୍ସ ବନାମ ମରୋକ୍କୋ: ୧୦ ଜୁଲାଇ, ରାତି ୧:୩୦
* ସ୍ପେନ୍ ବନାମ ବେଲଜିୟମ୍: ୧୧ ଜୁଲାଇ, ରାତି ୧୨:୩୦
* ନରୱେ ବନାମ ଇଂଲଣ୍ଡ: ୧୨ ଜୁଲାଇ, ରାତି ୨:୩୦
* ଆର୍ଜେଣ୍ଟିନା ବନାମ ସ୍ୱିଜରଲ୍ୟାଣ୍ଡ: ୧୨ ଜୁଲାଇ, ସକାଳ ୬:୩୦
ଗୋଲ୍ଡେନ୍ ବୁଟ୍ (Golden Boot) ଦୌଡ଼
ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଗୋଲ୍ ସ୍କୋର କରିବା ପାଇଁ ଖେଳାଳିଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି
* ଲିଓନେଲ୍ ମେସି (ଆର୍ଜେଣ୍ଟିନା): ୮ଟି ଗୋଲ୍ ସହ ଶୀର୍ଷରେ ଅଛନ୍ତି.
* କିଲିଆନ୍ ଏମବାପେ (ଫ୍ରାନ୍ସ): ୭ଟି ଗୋଲ୍.
* ଅର୍ଲିଙ୍ଗ ହାଲାଣ୍ଡ (ନରୱେ): ୭ଟି ଗୋଲ୍.
* ହ୍ୟାରୀ କେନ୍ (ଇଂଲଣ୍ଡ): ୬ଟି ଗୋଲ୍.
ମୁଖ୍ୟ ଆକର୍ଷଣ :
* ଆୟୋଜକ ଦେଶ ବାଦ୍: ଚଳିତ ବିଶ୍ୱକପ୍ର ତିନୋଟି ଯାକ ଆୟୋଜକ ଦେଶ (ଆମେରିକା, କାନାଡ଼ା ଓ ମେକ୍ସିକୋ) କ୍ୱାର୍ଟର ଫାଇନାଲ୍ ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି. ଆମେରିକାକୁ ବେଲଜିୟମ୍ ୪-୧ ଗୋଲ୍ରେ ପରାସ୍ତ କରିଛି
* ରୋନାଲ୍ଡୋଙ୍କ ଶେଷ ବିଶ୍ୱକପ୍: ସ୍ପେନ୍ଠାରୁ ୧-୦ ଗୋଲ୍ରେ ପରାସ୍ତ ହେବା ପରେ ପର୍ତ୍ତୁଗାଲ୍ର ଷ୍ଟାର୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ୍ ଯାତ୍ରା ସମାପ୍ତ ହୋଇଛି
* ଫାଇନାଲ୍ରେ ସଙ୍ଗୀତର ଜଲୱା: ଜୁଲାଇ ୧୯ରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ର ହାଫ୍-ଟାଇମ୍ ଶୋ’ରେ ଜଷ୍ଟିନ୍ ବିବର, ଶାକିରା, ବର୍ଣ୍ଣା ବୟ ଏବଂ BTS ଭଳି ଗ୍ଲୋବାଲ୍ ଷ୍ଟାର୍ମାନେ ପରଫର୍ମ କରିବେ
ବିଶ୍ୱକପ୍କୁ ନେଇ ବିବାଦ
ଆର୍ଜେଣ୍ଟିନା-ଇଜିପ୍ଟ ମ୍ୟାଚ୍ ବିବାଦ: ରାଉଣ୍ଡ-୧୬ ମ୍ୟାଚ୍ରେ ଆର୍ଜେଣ୍ଟିନା ୩-୨ ଗୋଲ୍ରେ ଇଜିପ୍ଟକୁ ହରାଇଥିଲା. ତେବେ ଇଜିପ୍ଟର କୋଚ୍ ଏବଂ ଖେଳାଳିମାନେ ରେଫରି ଓ ଫିଫା (FIFA) ଉପରେ ପାତରଅନ୍ତର କରିଥିବା ଅଭିଯୋଗ ଆଣିଛନ୍ତି. ସେମାନଙ୍କ କହିବା ଅନୁସାରେ, ମେସିଙ୍କୁ ଟୁର୍ଣ୍ଣାମେଣ୍ଟରେ ରଖିବା ପାଇଁ VAR (ଭିଡିଓ ଆସିଷ୍ଟାଣ୍ଟ ରେଫରି) ଦ୍ୱାରା ଭୁଲ୍ ନିଷ୍ପତ୍ତି ନିଆଯାଇଛି ା ଆମେରିକା ଖେଳାଳି ଫୋଲାରିନ ବାଲୋଗୁନଙ୍କ ରେଡ୍-କାର୍ଡ ବ୍ୟାନ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧ କ୍ରମେ ଫିଫା କୋହଳ କରିଥିବାରୁ ଏହାକୁ ନେଇ ମଧ୍ୟ ସମାଲୋଚନା ଚାଲିଛି ା